ଫେବୃଆରୀ ୧୫ରେ ଦ୍ୱିତୀୟ ବିବାହ ରଚିବେ ଦିୟା ମିର୍ଜା

ମୁମ୍ବାଇ: ‘ରହନା ହେ ତେରେ ଦିଲ୍ ମେ’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିବା ଦିୟା ମିର୍ଜା ଦ୍ୱିତୀୟ ବିବାହରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦିୟା ତାଙ୍କ ବନ୍ଧୁ ବୈଭବ ରେଖୀଙ୍କୁ ଫେବୃଆରୀ ୧୫ ତାରିଖରେ ବିବାହ କରିବେ। ବିବାହର ସମସ୍ତ ପରମ୍ପରା ମୁମ୍ବାଇରେ ହେବ। ବୈଭବ ପେଶାରେ ଜଣେ ବ୍ୟବସାୟୀ। ସେ ମୁମ୍ବାଇର ପାଲି ହିଲରେ ରୁହନ୍ତି।

ସୂଚନାଯୋଗ୍ୟ, ମିସ୍ ଇଣ୍ଡିଆ ଦିୟା ୨୦୧୪ ମସିହାରେ ସାହିଲ ସାଙ୍ଗା ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୯ରେ ଦିୟା ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସାହିଲଙ୍କଠୁ ଅଲଗା ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ।