ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବିଜେପିର ରକ୍ତଦାନ ଶିବିର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନଦିନ ଉପଲକ୍ଷେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍ତ ଦେଇଥିଲେ । ପରେ ଅଞ୍ଚଳର ବହୁ ବିଜେପି କର୍ମୀ ରକ୍ତଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମଦିନ ହୋଇଥିବାରୁ ଏହି ଶିବିରରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି କନକବର୍ଦ୍ଧନ ସିଂଦେଓ କହିଛନ୍ତି । ଏଥିରେ ନଗର ସଭାପତି ସୁଶାନ୍ତ ମହାନ୍ତି, ପ୍ରବୋଧା ପାଣିଗ୍ରାହୀ, ସମୀର ପାଣିଗ୍ରାହୀ, ରଞ୍ଜନ ଯୋଶୀ, ଆନୁ ଦେବ, ସୁରୁ ସିଂ ନିନା, ମୁନା ଦରୁଆନ ଓ ବଲ୍ଲଭ ଧରୁଆ ସମେତ ବହୁ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ପାଟଣାଗଡ଼ ରକ୍ତ ଭଣ୍ଡାରର ଡାକ୍ତର ପୀତବାସ ସା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ୩୦ରୁ ଊର୍‌ଦ୍ଧ୍ୱ ରକ୍ତଦାନ କରିଥିବା ଜଣାପଡ଼ିଛି ।