ସଇଁନ୍ତଲା,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଅନେକ ତତ୍ପରତା ସହ ଭୋଟ ପ୍ରସାର ପ୍ରଚାର ମାହୋଲ ବଢି ଚାଲିଛି। ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ନେତାଙ୍କ ଡେରା ପଡ଼ୁଥିବା ବେଳେ ରାଜନେତା ମାନଙ୍କୁ ଦେଖିବାକୁ ମିଳୁଛି। ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଧରପଗଡ଼ ପଞ୍ଚାୟତରେ ବିଜେଡ଼ିର ଗଡ଼ ହୋଇଥିବା ବେଳେ ବିଜେପି ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
ଜାମଖୁଣ୍ଟା ଖେଳପଡିଆଠାରେ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ନେତା ମହେନ୍ଦ୍ର ଠାକୁର, ଟିକ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାର୍ଥୀ ସୁପେତ ବାଗ ଓ ସମିତି ସଭ୍ୟା ପ୍ରାର୍ଥୀ କ୍ଷୀରବତୀ ବଗର୍ତିଙ୍କ ଉପସ୍ଥିତିରେ ଶତାଧିକ ଲୋକେ ବିଜେପି ଦଳରେ ସାମିଲ ହୋଇଥିବା ବେଳେ ଉଭୟଙ୍କୁ ଦଳ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଗଣେଶ ଘିଭେଲା, ସୁରେନ୍ଦ୍ର ଚିନ୍ଦା, ଭରତ ହେର୍ଣ୍ଣା, ବିନୋଦ ବାରିକ, ପ୍ରଦୀପ ବାରିକ, ବୁଲୁ ମହାନନ୍ଦ, ଲକ୍ଷଣ ବାଗ, ଉପେନ୍ଦ୍ର ବାଗ, ସନାତନ ପ୍ରଧାନ, ତ୍ରିନାଥ ରାଉତ, ପଟୁ ବିଶ୍ୱାଲଙ୍କ ସମେତ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଥିଲେ।
ଏହି ୩୦ ନମ୍ବର ଟିକ୍ରାପଡା ଜୋନରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବାରୁ ଶାସକ ଦଳରୁ ଆଦିବାସୀ ଓ ପଛୁଆ ବର୍ଗ ଲୋକମାନଙ୍କୁ ଅଣଦେଖା କରାଯାଇଛି ବୋଲି ବିଜେପି ଦଳ ଅଭିଯୋଗ ଉଠାଛି। ଅନ୍ୟପଟେ ଟିକ୍ରାପଡ଼ା ୩୦ ନମ୍ୱର ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସୁପେତ ବାଗ ମଇଦାନକୁ ଓହ୍ଲାଇଥିବା ବେଳେ ଘର ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି। ତେବେ ଶ୍ରୀ ବାଗ ଜଣେ ଯାଦବ ପରିବାର ସଦସ୍ୟ ହୋଇଥିବା ବେଳେ ଯାଦବ ସମାଜର ଶତାଧିକ ଭୋଟରଙ୍କ ସମର୍ଥନ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ବିଜେଡି ଦଳକୁ ବଡ଼ ପଞ୍ଚାୟତ ନିର୍ବାଚନରେ ବଡ଼ ଝଟକା ମିଳିପାରେ ବୋଲି ଆଲୋଚନା ହେଉଛି।