ଟ୍ରମ୍ପଙ୍କ ପୁନର୍ବାର ଦୃଢୋକ୍ତି-‘ଆମେ ଜିତିବୁ’

ୱାଶିଂଟନ୍,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ଡୋନାଲ୍ଡ ଟ୍ରମ୍ପ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ଆମର ବଡ ବିଜୟ ଘଟିବ ବୋଲି ସେ ପୁନର୍ବାର ଦୃଢୋକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି ବୋଲି ଗଣମାଧ୍ୟମଗୁଡିକ ଘୋଷଣା କରିସାରିଛନ୍ତି। ମାତ୍ର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆନୁଷ୍ଠାନିକ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଟ୍ରମ୍ପ ଏହି ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ମଙ୍ଗଳବାର ଟ୍ରମ୍ପ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ପ୍ରତିପକ୍ଷ ବାଇଡେନଙ୍କ ଡେମୋକ୍ରାଟିକ୍ ପାର୍ଟି କୌଣସି ବଳିଷ୍ଠ ପ୍ରମାଣ ନଦେଖାଇ ନିର୍ବାଚନର ଫଳାଫଳକୁ ସେମାନଙ୍କ ସପକ୍ଷରେ ନେବାକୁ ଉଦ୍ୟମ ଚଳାଇଛନ୍ତି। ବାଇଡେନ୍ ତାଙ୍କର ନିଜ ପ୍ରଦେଶ ଡେଲାୱେୟାରରେ ସମର୍ଥକମାନଙ୍କୁ ସମ୍ବୋଧନ କରି ‘ବିଶ୍ୱାସ ରଖନ୍ତୁ’ ବୋଲି କହିବା ପରେ ପରେ ଟ୍ରମ୍ପ ଏଭଳି ଟ୍ୱିଟ୍ କରିଛନ୍ତି।