ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିତିବ ବିଜେପି: ନଡ୍ଡା

କୋଲକାତା,ଏଜେନ୍ସି: ମିଶନ ପଶ୍ଚିମବଙ୍ଗ ଲକ୍ଷ୍ୟରେ ନଡ୍ଡା ବୁଧବାର ଭର୍ଚୁଆଲ ମାଧ୍ୟମରେ କୋଲକାତାରେ ବିଜେପିର ନିର୍ବାଚନ କାର୍ଯ୍ୟାଳୟ ସମେତ ୯ଟି କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ରାଲିକୁ ସମ୍ବୋଧିତ କରିବା ବେଳେ ସେ ମମତାଙ୍କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଅହସିଷ୍ଣୁତା ବୃଦ୍ଧି ପାଇଛି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଅସହିଷ୍ଣୁତାର ଅନ୍ୟ ନାମ ମମତା ବାନାର୍ଜୀ।
ନଡ୍ଡା କହିଲେ, ବହୁ ବର୍ଷ ପୂର୍ବେ ପଶ୍ଚିମବଙ୍ଗରେ ବିଜେପିର ଭୋଟ୍ ମାତ୍ର ୪ ପ୍ରତିଶତ ଥିଲା। ୨୦୧୪ରେ ବିଜେପିର ଆସନ ୨କୁ ବୃଦ୍ଧି ପାଇଥିଲା ଏବଂ ଭୋଟ୍ ପ୍ରତିଶତ ୧୮ରେ ପହଞ୍ଚିଥିଲା। ୨୦୧୯ରେ ବିଜେପିର ଆସନ ୧୮ ଥିଲା ବେଳେ ଭୋଟ୍ ପ୍ରତିଶତ ୪୦ରେ ପହଞ୍ଚିଥିଲା। ୨୦୨୧ ନିର୍ବାଚନରେ ବିଜେପି ୨୦୦ଟି ଆସନ ଜିତିବ ବୋଲି ନଡ୍ଡା ଦୃଢୋକ୍ତି କରିଛନ୍ତି।