ଡିସେମ୍ବର ୧୫ରୁ ପରୀ ପାଇଁ ବିଜେପିର ରାଜ୍ୟବ୍ୟାପୀ ପଦଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀକୁ ନ୍ୟାୟ ଦାବିରେ ଆସନ୍ତା ଡିସେମ୍ବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କାର୍ଯ୍ୟକ୍ରମ କରିବ ବିଜେପି। ଏନେଇ ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଜଣାଇଛନ୍ତି। ‘ରାଜ୍ୟକୁ ରକ୍ଷା କର, ପରୀକୁ ନ୍ୟାୟ ମିଳୁ’ ଏହି ସ୍ଲୋଗାନ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି। ପ୍ରତି ଜିଲ୍ଲାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥଳରୁ ପଦଯାତ୍ରା ଆରମ୍ଭ ହେବ।

ଏହି ସମୟରେ ପରୀ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାଙ୍କୁ ବହିଷ୍କାର ଦାବିକୁ ଆହୁରି ଶାଣିତ କରିବ ଦଳ। ଏପରିକି ୨୧ ତାରିଖରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଯଦୁପୁରକୁ ଏକ ପଦଯାତ୍ରାରେ ବାହାରିବେ ରାଜ୍ୟ ନେତୃତ୍ୱ। ୨୩ ତାରିଖ ସୁଦ୍ଧା ସମସ୍ତେ ଯଦୁପୁରରେ ପହଞ୍ଚିବେ। ବାଟସାରା ଲୋକଙ୍କୁ ରାଜ୍ୟର ବର୍ତ୍ତମାନ ସ୍ଥିତି ଏବଂ ସରକାର କିଭଳି ଛୋଟ ଝିଅଟିକୁ ନ୍ୟାୟ ଦେଇପାରୁନାହାନ୍ତି ଏକଥା ବୁଝାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି