ଦିଲ୍ଲୀ ଯିବା ପାଇଁ ଆନ୍ଦୋଳନକାରୀଙ୍କୁ ମାଗଣାରେ ମିଳୁଛି ତୈଳ

ନୂଆଦିଲ୍ଲୀ,ଏଜେନ୍ସି: ବୁଧବାର କୃଷକଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଥିଲା ବେଳେ ଶିରୋମଣୀ ଅକାଳୀ ଦଳର କର୍ମୀମାନେ ଦିଲ୍ଲୀ ଯିବା ପାଇଁ ଆନ୍ଦୋଳନକାରୀମାନଙ୍କୁ ମାଗଣାରେ ତୈଳ ଯୋଗାଇ ଦେଉଛନ୍ତି। ଦିଲ୍ଲୀ-ଅମୃତସର ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ଆନ୍ଦୋଳନକାରୀଙ୍କୁ ମାଗଣାରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯାଇଛି। ଶିରୋମଣୀ ଅକାଳି ଦଳର ଜଣେ କର୍ମୀ ଗୁରୁଶରଣ ସିଂ କୁହନ୍ତି, କୃଷକ ଆନ୍ଦୋଳନରେ ପଞ୍ଜାବର ବହୁ ଲୋକ ଯେପରି ଯୋଗ ଦେଇପାରିବେ ସେଥିପାଇଁ ଆମେ ସେମାନଙ୍କୁ ଏହିଭଳି ଭାବରେ ପ୍ରୋତ୍ସାହିତ କରୁଛୁ। ସ୍ଥାନୀୟ ଯୁବକ ଓ ଏନ୍ଆରଆଇମାନଙ୍କ ସହଯୋଗରେ ମାଗଣା ତୈଳ ଯୋଗାଇ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଭାରତ ବନ୍ଦ ପରେ ମଙ୍ଗଳବାର ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କ ସହ କୃଷକ ନେତାଙ୍କ ଆଲୋଚନା ବିଫଳ ହେବାରୁ କୃଷକ ନେତାମାନେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।