ୟୁଏସ୍‌ବିଏମ୍‌ ତରଫରୁ ଶିଖରଚଣ୍ଡି ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ବର,ଏନ୍ଏନ୍ଏସ୍: ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ ମ୍ୟାନେଜମେଣ୍ଟ୍‌ (ୟୁଏସ୍‌ବିଏମ୍‌) କଲେଜ ତରଫରୁ ନିକଟସ୍ଥ ଶିଖରଚଣ୍ଡି ପ୍ରଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ସହ ସଫେଇ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି। ଦୀର୍ଘ ଦିନ ଧରି ଅଳିଆ ଅବର୍ଜନାରେ ଘେରି ରହିଥିବା ଏହି ବିଦ୍ୟାଳୟ ବିଷୟରେ ଜଣାପଡ଼ିବା ପରେ କଲେଜ ତରଫରୁ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୟୁଏସ୍‌ବିଏମ୍‌ କଲେଜର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ, ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ, ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ନାୟକ, ଅଧ୍ୟାପକ ସୁବ୍ରତ କୁମାର ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିର ମୁଖ୍ୟ ଅତିଥିଭାବେ କର୍ପୋରେଟର ମିହିର କୁମାର ରାଉତ ଯୋଗ ଦେଇଥିଲେ।

 

ୟୁଏସ୍‌ବିଏମ୍‌ କଲେଜର ଓ୍ବାଇଆର୍‌ସି ଓ ଏନ୍‌ଏସ୍‌ଏସ୍‌ ଓ୍ବିଙ୍ଗ୍‌ ସାହାଯ୍ୟରେ ପଟିଆ ସ୍ଥିତ ଶିଖରଚଣ୍ଡି ପ୍ରାଥମିକ ବିଦ୍ୟାଳୟର ଏହି ବୃକ୍ଷ ରୋପଣ ଓ ସଫେଇ ଅଭିଯାନ ହୋଇଥିଲା। ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ନାୟକ, ଅଧ୍ୟାପକ ସୁବ୍ରତ କୁମାର ରାଉତ, ଅଧ୍ୟାପକ ଆଶାବିକାଶ ମହାପାତ୍ର ଓ ଅଧ୍ୟାପିକା ଶୁଶ୍ରୀ ସଙ୍ଗିତା ସାହୁଙ୍କ ସହିତ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟକୁ ଯାଇ ଏହାର ପରିସରକୁ ସଫା କରିଥିଲେ। ଏଥିସହିତ ବିଦ୍ୟାଳୟ ପରିସରରେ ୧୫ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ କୁନିକୁନି ପିଲାମାନେ ମଧ୍ୟ ସହଯୋଗ କରିଥିଲେ।