ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ଅଶୋକ ଗସ୍ତୀଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଛି। ଶ୍ରୀ ଗସ୍ତୀ ୧୫ ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାଙ୍ଗାଲୁରୁର ମଣୀପାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପେଶାରେ ଓକିଲ ଥିବା ଗସ୍ତୀଙ୍କୁ ମୃତ୍ୟୁ ବେଳକୁ ୫୫ ବର୍ଷ ହୋଇଥିଲା। ସେ ଚଳିତ ବର୍ଷ ହିଁ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ଶ୍ରୀ ଗସ୍ତୀଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି।