ଆଜି ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ ‘ବିପର୍ଯ୍ୟୟ’

ଗୁଜରାଟ: ଗୁଜରାଟରେ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ଆଉ କିଛି ଘଣ୍ଟା ପରେ ଲ୍ୟାଣ୍ଡଫଲ କରିବ । ଏନେଇ ଭୂପେନ୍ଦ୍ର ପଟେଲ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ସୌରାଷ୍ଟ୍ର-କଚ୍ଛ ଅଞ୍ଚଳରେ ୧୫୨୧ଟି ଆଶ୍ରୟ ଗୃହ ସ୍ଥାପିତ କରାଯାଇ ୯୪ହଜାର ୪୨୭ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସମୟରେ ଜାମନଗର, ଦ୍ୱାରକା ଓ କଚ୍ଛରେ ଦ୍ରୁତ ଗତିରେ ପବନ ବହିବା ସହ ବର୍ଷା ଲାଗି ରହିଛି । ସୌରାଷ୍ଟ୍ର ଓ କଚ୍ଛ ଉପକୂଳକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି।

ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବାତ୍ୟା ‘ବିପର୍ଯ୍ୟୟ’ ସଂଧ୍ୟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇ ଅଧା ରାତି ପର୍ଯ୍ୟନ୍ତ ଚାଲିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ରହିବ । କାଲି ସକାଳୁ ଏହାର ପ୍ରଭାବ କମ୍ ହୋଇ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୯୦ କିମି ରହିବ ।