ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ବ୍ଲକ୍ ସଭାପତି

କୋଟଗଡ଼,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କୋଟଗଡ଼ ମଣ୍ଡଳଠାରେ ୨ ଦିନିଆ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବାଲିଗୁଡ଼ା ବିଧାୟକ କରେନ୍ଦ୍ର ମାଝୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଟ୍ ପ୍ରମୁଖ ଯୋଗଦେଇ ବ୍ୟକ୍ତିର ବିକାଶ ଓ ଦକ୍ଷତା ଉପରେ ତାଲିମ୍ ଦେଇଥିଲେ। ମଣ୍ଡଳ ସଭାପତି ପ୍ରକାଶ ସୁବୁଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସୁଜିତ୍ ଦଳେଇମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜେଡ଼ିର ଦୁଇ ବରିଷ୍ଠ ନେତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ। କୋଟଗଡ଼ ବ୍ଲକର ଟାଣୁଆ ବିଜେଡ଼ି ନେତା ତଥା ପୂର୍ବତନ ବ୍ଲକ୍ ସଭାପତି ତଥା ପୂର୍ବତନ ସରପଞ୍ଚ ବାଲେଶ୍ୱର ନାୟକ ଓ ବରିଷ୍ଠ ନାଗରିକ ପୁରୁଷୋତ୍ତମ ପ୍ରଧାନ ବିଜେପିରେ ସାମିଲ୍ ହେବାପରେ ଉଭୟଙ୍କୁ ଦଳପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା।