ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଫୁଲବାଣୀ,ଜି.ଉଦୟଗିରି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ସମ୍ପୃକ୍ତ ଗ୍ରାମର ଜନୈକ ବ୍ୟକ୍ତି ନିଜ ଘର ସମ୍ମୁଖରେ ଥିବା ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଜି.ଉଦୟଗିରି ଥାନାରେ ଏକ ଏତଲା ଦିଆଯାଇଛି। ପୁଲିସ ଏକ ମାମଲା ରୁଜୁକରି ବିଜୟ ନାୟକ(୫୦)କୁ ଗିରଫ କରିକୋର୍ଟ ଚାଲାଣ କରଯାଇଥିବା ଥାନା ଅଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି।