ନୂଆଦିଲ୍ଲୀ: ବିଜେପି ସାଂସଦ ସୋନଲ ମାନସିଂହ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଜ୍ୟସଭାରେ ପୁରୁଷ ଦିବସର ଦାବି କରିଛନ୍ତି। ସେ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ପୁରୁଷ ଦିବସ ମଧ୍ୟ ପାଳନ ହେଉ ବୋଲି ମୁଁ ଦାବି କରୁଛି। କାରଣ ଆମେ ସବୁବେଳେ ସମାନତାର କଥା କହିଥାଉ। ସୋନଲଙ୍କ ଏହି କଥା ଶୁଣି ସଂସଦରେ ସମସ୍ତେ ହସିବାକୁ ଲାଗିଥିଲେ। ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ, ଅଧାରୁ ଅଧିକ ହେବା ସତ୍ତେ୍ୱ ଅଧିକାରରୁ ବଞ୍ଚିତ ରହିଛି।