ପଶ୍ଚିମବଙ୍ଗ ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ଟକ୍କର ଦେବା ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଥିବା ବେଳେ ପାଖାପାଖି ୪୦ ଜଣଙ୍କ ନାମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ନୀତିନ ଗଡ଼କାରୀ, କୈଳାଶ ବିଜୟବର୍ଗୀୟ, ଧର୍ମେନ୍ଦ୍ର ପ୍ରଧାନ ଓ ମିଥୁନ ଚକ୍ରବର୍ତ୍ତୀ ପ୍ରମୁଖ ରହିଛନ୍ତି।

ସୂଚଯୋଗ୍ୟ, ନିକଟରେ କୋଲକାତା ବ୍ରିଗେଡ ପେରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ସାମିଲ ହେବା ପରେ ମିଥୁନଙ୍କୁ ବଙ୍ଗଳା ପ୍ରଚାରର ଦାୟିତ୍ୱ ଦିଆଯାଇଛି। ବିଜେପି ମିଥୁନଙ୍କ ଜରିଆରେ ମମତାଙ୍କୁ ଭିତରି ଓ ବାହାର ପ୍ରସଙ୍ଗରେ ସାମ୍ନା କରିବ।