ସଂସଦ ପହଞ୍ଚିଲା ଶିମିଳିପାଳ ନିଆଁ ପ୍ରସଙ୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିମିଳିପାଳରେ ନିଆଁ ଲାଗିବାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଓଡ଼ିଶାର ବିଜେପି ପ୍ରତିନିଧି ଦଳ ଭେଟିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପିର ସମସ୍ତ ସାଂସଦ ଭେଟି ଏସମ୍ପର୍କରେ ଆଲୋଚନା କରିଛନ୍ତି। ଜଙ୍ଗଲ ନିଆଁ ପଛରେ ଷଡଯନ୍ତ୍ର ରହିଥିବା ସାଂସଦ ସୁରେଶ ପୂଜାରୀ କହିଛନ୍ତି। ଜଙ୍ଗଲ ନିଆଁ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ଜଙ୍ଗଲ ତସ୍କରି ଓ ହାତୀ ଶିକାର ପାଇଁ ନିଆଁ ଲଗାଯାଇ ଥାଇପାରେ ବୋଲି ପ୍ରତିନିଧୀ ଦଳ ଜାଭଡେକରଙ୍କୁ ଅବଗତ କରାଇଛନ୍ତି।