ପୁଣି ଥରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି: ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଭିଯୋଗ ପରେ ଥାନାରେ ମାମଲା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ଗୁଣ୍ଡାଗିରି ପାଇଁ ବଦନାମ ଥିବା ବିଜେପି ପୁଣି ଥରେ ଜଣେ ସରକାରୀ ଅଧିକାରୀଙ୍କୁ ହତ୍ୟା ଧମକ ଦେଇ ଜନ ସାଧାରଣରେ ନିନ୍ଦିତ ହୋଇଛି। ତିଳେଇବଣି ବ୍ଲକ୍‌ ପାରପୋଷି ପଞ୍ଚାୟତ ଅନ୍ତର୍ଗତ ରୁକୁଡା ଗ୍ରାମର ହରେଶ ନାଏକଙ୍କ ପୁଅ ସୁରଜ ନାଏକ ବିଜେପିର ଜଣେ ସକ୍ରିୟ କର୍ମୀ ଭାବେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପାଖ ଲୋକ କହି ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଉଥିବା ବେଳେ ଗୁଣ୍ଡାଗିରି କରି ସରକାରୀ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେବା ନିତିଦିନିଆ ଘଟଣା ସାଜିଛି।

ଏହିକ୍ରମରେ ଗତକାଲି ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଭାବଗ୍ରାହୀ କିସାନଙ୍କୁ ତାଙ୍କ ପିତା ହରେଶଙ୍କ ନାମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନାରେ ତାଙ୍କ ଚାଷ ଜମିକୁ ପୋଖରୀ ଦର୍ଶାଇ ସବସିଡି ଟଙ୍କା ହଡ଼ପ କରିବାକୁ ଚାପ ପକାଇଥିଲେ। ମାତ୍ର ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ସରକାରୀ ନିୟମ ମୁତାବକ ପୋଖରୀ ଖୋଳାନଯାଇ ଚାଷ ଜମିକୁ ପୋଖରୀ ଦର୍ଶାଇ ସବସିଡି ଅର୍ଥ ଦିଆଯାଇ ପାରିବ ନାହିଁ ବୋଲି ରୋକଠୋକ କହିବାରୁ ସୁରଜ ମତ୍ସ୍ୟ ଅଧିକାରୀ ଶ୍ରୀ କିସାନଙ୍କୁ ଆସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।

ଏଥିରେ ଭୟଭୀତ ହୋଇ ଶ୍ରୀ କିସାନ ଘଟଣା ସମ୍ପର୍କରେ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏସ୍‌ପି ପ୍ରମୋଦ ରଥଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି କ୍ଷ ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାମରେ ବହୁ ମାମଲା ରହିଥିବା ବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନିକଟତର ଥିବାରୁ ରାଜନୈତିକ ସୁରକ୍ଷା କାରଣରୁ ଉକ୍ତ ଅଞ୍ଚଳରେ ଅଭିଯୁକ୍ତର ଗୁଣ୍ଡାଗିରି ବୃଦ୍ଧି ଘଟିଥିବା ଜଣା ପଡିଛି କ୍ଷ ଅନ୍ୟ ପକ୍ଷରେ ଜିଲ୍ଲାର କୌଣସି ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କ ଉପରେ ଆଇନ ଅନୁଯାଇ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରମୋଦ କୁମାର ରଥ ପ୍ରକାଶ କରିଛନ୍ତି।