ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ପାଟଣାଗଡ଼: ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବୀରେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହୠୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ସ୍ଥାନୀୟ ରାଜଖମାରରୁ ଏକ ଶୋଭାଯାତ୍ରା ବାହାରି ଏନଏସି ଛକ ଓ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ଏଥିରେ ସହସ୍ରାଧିକ ମହିଳା ଓ ବିଜେପି କର୍ମୀମାନେ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଏନଏସି ଅଧ୍ୟକ୍ଷା ମାନସମଞ୍ଜରୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଓମପ୍ରକାଶ ଯୋଶୀ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ପାଟଣାଗଡ଼ ଟାଉନ ସଭାପତି ସୁଶାନ୍ତ ମହାନ୍ତି ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ।