ଜଣେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା ଅଭିଯୋଗ, ସାଇଣ୍ଟିଫିକ ତଦନ୍ତ ଦାବି

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଜଣେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ଖମନମୁଣ୍ଡା ପଞ୍ଚାୟତ ସିଆଲ ଝୁଲି ଗାଁର ଲୋକନାଥ ପ୍ରଧାନ(୩୪)। ସୂଚନା ଅନୁସାରେ ଲୋକନାଥ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ। ତେବେ ଗତକାଲି ରାତିଠୁ ସେ ନିଖୋଜ ଥିବାବେଳେ ଆଜି କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହଲି ବ୍ରିଜ ନିକଟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ପରେ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ସାଇଣ୍ଟିଫିକ ଟିମ ଡକାଯାଇ ତୁରନ୍ତ ମାମଲାର ତଦନ୍ତ ଆରମ୍ଭ କରିବାକୁ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଏସପିଙ୍କ ନିକଟରେ ଦାବି କରିଛନ୍ତି।