ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ଦିନକରେ ୧,୫୯୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ କରୋନା ଭୂତାଣୁ କାୟା ବସ୍ତାର କରୁଛି। ସବୁଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଥି ମଧ୍ୟରେ ଆଜି ପୁଣି ଓଡ଼ିଶାର ୨୮ଟି ଜିଲ୍ଲାରୁ ୧,୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧,୦୬୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗଞ୍ଜାମରୁ ସର୍ବାଧିକ ୭୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୨୦ ଜଣ ଓ କଟକରୁ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬, ବୌଦ୍ଧରୁ ୪୧, ପୁରୀରୁ ୩୦, କୋରାପୁଟରୁ ୩୩, ମୟୂରଭଞ୍ଜରୁ ୩୨, ବାଲେଶ୍ୱରରୁ ୨୨, କେନ୍ଦୁଝରରୁ ୨୦, କନ୍ଧମାଳରୁ ୧୭, ସମ୍ବଲପୁରରୁ ୧୩, ନୟାଗଡ଼ ଓ ଅନୁଗୁଳରୁ ୧୦ ଜଣ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବରଗଡ଼ରୁ ୮ ଜଣ ଲେଖାଏଁ, ବଲାଙ୍ଗିରରୁ ୬, ଯାଜପୁରରୁ ୫, ସୋନପୁରରୁ ୪, ନବରଙ୍ଗପୁର, ଜଗତସିଂହପୁର ଓ ଗଜପତିରୁ ୩ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୨, ନୂଆପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୬୯୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ହଜାର ୩୯୨ ଜଣ ସୁସ୍ଥ ହୋଇଥିବାବେଳେ ୮ ହଜାର ୧୪୮ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।