Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୋଭିଡ୍ ପରିଚାଳନା: ମୁଖ୍ୟ ସଚିବଙ୍କୁ ଭର୍ଚୁଆଲରେ ଭେଟିଲା ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୋଭିଡ୍ ପରିଚାଳନା: ମୁଖ୍ୟ ସଚିବଙ୍କୁ ଭର୍ଚୁଆଲରେ ଭେଟିଲା ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡର ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି। ଅଧିକାଂଶ ଜିଲ୍ଲା ରେଡ୍ ଜୋନରେ ପରିଣତ ହୋଇଥିବା ବେଳେ ସହରାଞ୍ଚଳମାନଙ୍କରେ ସଂକ୍ରମଣର ଭୟାଭୟ ବେଶୀ ଅନୁଭୁତ ହେଉଛି। ତେବେ ଇତିମଧ୍ୟରେ ରାଜ୍ୟରେ କୋଭିଡ୍ ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଦଳର ବରିଷ୍ଠ ନେତୃବୃନ୍ଦ ଆଜି ଭର୍ଚୁଆଲ୍ ଯୋଗେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ଦଳ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଏକ ସ୍ମାରକପତ୍ର ଶ୍ରୀ ମହାପାତ୍ରଙ୍କୁ ଇମେଲ୍ ଜରିଆରେ ପଠାଯାଇଛି।

ମୁଖ୍ୟ ସଚିବଙ୍କୁ ବିଜେପି ନେତୃବୃନ୍ଦ କହିଥିଲେ ଯେ ଟ୍ରେସିଂ ଓ ଟେଷ୍ଟିଂକୁ ବଢ଼ାଇବା ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ତ୍ୱରାନ୍ୱିତ ହୋଇପାରିନାହିଁ। ଚଳିତ ୨ୟ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ହେଉଥିବା ଟେଷ୍ଟିଂ ସଂଖ୍ୟା ଅତ୍ୟନ୍ତ ନିରୁତ୍ସାହଜନକ। ଏଣୁ ପ୍ରଥମ ପର୍ଯ୍ୟାୟ ସଂକ୍ରମଣବେଳେ ଯେପରି କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା, ତାହା କରାଯାଇ ପ୍ରତିଦିନ ଲକ୍ଷେରୁ ଅଧିକ ଟେଷ୍ଟିଂ ହେଉ। ସେହିଭଳି ଯେଉଁଠାରେ ସଂକ୍ରମିତ ବାହାରୁଛନ୍ତି, ସହରର ସେହି ଅଞ୍ଚଳଗୁଡ଼ିକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରି ଆବଦ୍ଧ କରାଯାଉ। ଡାକ୍ତରଖାନାଗୁଡିକରେ ଅକ୍ସିଜେନ୍ ବେଡ୍, ଆସିୟୁ ଇନଫ୍ରାଷ୍ଟ୍ରକଚର ଏବଂ ଭେଣ୍ଟିଲେଟର ଯୁକ୍ତ ବେଡ୍ର ସଂଖ୍ୟାକୁ ଦ୍ୱିଗୁଣିତ କରାଯାଉ ଏବଂ ଗତ ସଂକ୍ରମଣ ସମୟରେ କାର୍ଯ୍ୟ କରିଥିବା ସମସ୍ତ ନର୍ସ ଓ ପାରାମେଡିକାଲ୍ ଷ୍ଟାଫମାନଙ୍କୁ ତୁରନ୍ତ କାର୍ଯ୍ୟରେ ଲଗାଯାଉ। ଶଯ୍ୟା ଓ ଅକ୍ସିଜେନ୍ ଅଭାବରୁ ଆଜି ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏଣୁ ଅକ୍ସିଜେନର ଉପଲବ୍ଧତା ରାଜ୍ୟର ସମସ୍ତ ସିଏଚସି ଡାକ୍ତରଖାନା ପର୍ଯ୍ୟନ୍ତ କରାଯାଉ। ସେହିଭଳି କରୋନା ରୋଗୀଙ୍କୁ ସିଏଚ୍ସି ସ୍ତରରେ ଚିକିତ୍ସିତ କରାଯିବାର ବ୍ୟବସ୍ଥା ହେଉ। ୫୦୦୦ ଶଯ୍ୟା ବିଶିଷ୍ଟ ଏକ କାମଚଳା ଡାକ୍ତରଖାନା କୈାଣସି ଏକ ଷ୍ଟାଡିୟମରେ ଆରମ୍ଭ କରିବା ପାଇଁ ବିଜେପି ପକ୍ଷରୁ ପ୍ରସ୍ତାବ ରଖାଯାଇଛି।

କୋଭିଡ୍ ଚିକିତ୍ସା ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ରୋଗୀଙ୍କ ସଂପର୍କୟ ସଠିକ୍ ସୂଚନା ନପାଇ ହନ୍ତସନ୍ତ ହେଉଥିବା ବିଜେପି ମୁଖ୍ୟ ସଚିବଙ୍କୁ ଜଣାଇଛି। ଏଣୁ କୋଭିଡ୍ ରୋଗୀଙ୍କ ସ୍ଥିତାବସ୍ଥା ସଂପର୍କରେ ପ୍ରତ୍ୟେକ ଦିନ ସେହି ହସ୍ପିଟାଲ ତରଫରୁ ବୁଲେଟିନ୍ ଜରିଆରେ ପରିବାର ସଦସ୍ୟଙ୍କୁ ଅବଗତ କରିବାକୁ ବିଜେପି ଦାବି କରିଛି। ଏହାସହ କେନ୍ଦ୍ର ସରକାର ଦେଇଥିବା ୫୯ ଲକ୍ଷରୁ ଉର୍ଦ୍ଧ୍ୱ ମାତ୍ରାର କୋଭିଡ୍ ଟିକା ବର୍ତ୍ତମାନ ସୁଦ୍ଧା ରାଜ୍ୟବାସୀଙ୍କ ପାଖରେ ସଠିକ ଭାବରେ ପହଞ୍ଚି ନଥିବାର ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାର କୋଭିଡ୍ ଟିକାକରଣର ସୁପରିଚାଳନା ଏବଂ ଟିକା ସଂଖ୍ୟାର ବୃଦ୍ଧିପାଇଁ ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ସହ ଗରିବ ଲୋକଙ୍କୁ ପ୍ରାଥମିକତା ଦିଅନ୍ତୁ ବୋଲି ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ବଜାର ଓ ଭିଡ଼ ସ୍ଥାନମାନଙ୍କରେ କୋଭିଡ୍ ନିୟମ ମାନୁନଥିବା ଲୋକଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନିଆଯିବା ନେଇ ବିଜେପି ନେତୃବୃନ୍ଦ ମୁଖ୍ୟ ସଚିବଙ୍କୁ କହିଛନ୍ତି।

ଏହି ଅବସରରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ୍ ମୁକାବିଲା ଲାଗି ରାଜ୍ୟ ବିଜେପି ପକ୍ଷରୁ କ’ଣ ସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏନେଇ ମଧ୍ୟ ଦଳୀୟ ନେତୃବୃନ୍ଦ ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି। ଏହି ଭର୍ଚୁଆଲ ବୈଠକରେ ଏସ୍ଆରସି ତଥା ରାଜ୍ୟ ଉନ୍ନୟନ କମିସନର ପ୍ରଦୀପ ଜେନା ମଧ୍ୟ ଯୋଡ଼ି ହୋଇଥିଲେ।