ବିଜେଡି ପ୍ରଶିକ୍ଷଣ ଶିବିର ଉଦଯାପିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବିଜେଡି ପକ୍ଷରୁ ଗୁରୁବାରରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଅବସରରେ ତିଳେଇବଣି ଜିଲ୍ଲା ପରିଷଦ ୨ଟି ଜୋନର କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଜିଲ୍ଲା ବିଜେଡି ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୨ ହଜାର ଦଳୀୟ କର୍ମୀଙ୍କୁ ନେଇ ମୁଖପାତ୍ର ମିହିର କୁମାର ରାୟ ଓ ସୌମ୍ୟ ରଞ୍ଜନ ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ବିଜେଡିର ସମସ୍ତ ପଦାଧିକାରୀ ସମେତ ମହିଳା ବିଜେଡି ସଭାନେତ୍ରୀ ଅରୁଣି ପ୍ରଧାନ, ନଗର ସଭାପତି ଶୁକଦେବ ଭଞ୍ଜ, ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ସାମଲ, ଗୀତାଞ୍ଜଳି ପାଣି, ବର୍ଷାରାଣୀ ମୁଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପାଞ୍ଜିଆ ଭୋଇ, ତିଳେଇବଣି ବ୍ଲକ ସଭାପତି ବାବୁଲାଲ ପୃସେଠ, ରାଜ୍ୟ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ, ଏସଡ଼ିସିସି ବ୍ୟାଙ୍କ ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ଗଂଗଦେବ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଆଗାମୀ ନିର୍ବାଚନରେ ଦେବଗଡ଼ ବିଧାନସଭା ମଣ୍ଡଳୀରେ ବିଜେଡିକୁ କ୍ଷମାତାସୀନ କରିବାକୁ ଉପସ୍ଥିତ କର୍ମୀଙ୍କ ସହ ସଂକଳ୍ପ ନେଇଥିଲେ ।