ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟିତ; ଦୁଇ ପ୍ରମୁଖ ନେତାଙ୍କ ଦଳରେ ଯୋଗଦାନ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାର ଜୟପୁରିଆଗୁଡାଠାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହାକୁ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ଉଦଘାଟନ କରିଛନ୍ତି। ଏହି ଅବସରରେ ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ବର୍ତ୍ତମାନ କରୋନାର ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାରେ ଯେଉଁମାନେ ଆକ୍ରାନ୍ତ ହୋଇ ଅସୁବିଧାର ସମୁଖୀନ ହୋଉଛନ୍ତି ସେମାନଙ୍କୁ ଚିହ୍ନଟ କରି ଖାଦ୍ୟ ,ପାନୀୟ ଜଳ ସହ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ତଥା ଏସଡିସି ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ବରିଷ୍ଟ ନେତା ରାଜେନ୍ଦ୍ର ପଣ୍ଡା, ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ଜିଲ୍ଲା ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡମା ରାବା, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକଙ୍କ ସହ ବହୁ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରଟେ ଜିଲା ସ୍ତରୀୟ ବରିଷ୍ଠ ସିପିଆଇ ନେତା ବ୍ରଜ ମାଝି ଓ କଂଗ୍ରେସର ଏସ.ସତୀଶ ରାଓ ବିଜେଡି ରେ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ଼ ଲାଇନ ଅନୁସାରେ ଆୟୋଜନ କରାଯାଇଥିଲା।