ବିଜେଡିର ନୂଆ ମିଡିଆ ଟିମ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜୁ ଜନତା ଦଳରେ ପୁନର୍ଗଠିତ ହେଲା ନୂଆ ମିଡିଆ ଟିମ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଜାତୀୟ ମୁଖପାତ୍ର ଭାବେ ୬ ଜଣଙ୍କୁ ନିଯୁକ୍ତି ମିଳିଛି। ସେହିପରି ୧୬ ଜଣଙ୍କୁ ମୁଖପାତ୍ର ଓ ୧୪ ଜଣଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଡ. ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର), ଡ. ସସ୍ମିତ ପାତ ଓ ଶର୍ମିଷ୍ଠା ସେଠୀ ନିଯୁକ୍ତି ପାଇଥିଲାବେଳେ ମୁଖପାତ୍ର ଭାବେ ୧୬ ଜଣଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଉଛନ୍ତି ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ଡ. ବ୍ୟୋମକେଶ ରାୟ, ଡ. ରାସେଶ୍ୱରୀ ପାଣିଗ୍ରାହୀ,କସ୍ତୁରୀ ମହାପାତ, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍ ମହାନ୍ତି ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ୱେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଓ ଡ. ହରିଶ ଚୌଧୁରୀ। ପାନେଲିଷ୍ଟ ଭାବେ ୧୪ ଜଣଙ୍କ ନାମ ପ୍ରକାଶ ପାଇଛି। ସେମାନେ ହେଉଛନ୍ତି ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବତ୍ତ ମାଝୀ, ଚକ୍ରଧର ଦାସ, ଓମ୍ ପ୍ରକାଶ ସାହୁ ମଧୁସ୍ମିତା ନାୟକ, ଇପସିତା ସାହୁ, ଜ୍ୟୋସ୍ନାମୟୀ ପରିଡ଼ା, ସୋଫିଆ ଆଲମ୍ ,ତୁମ୍ଭନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ୍ ମଲ୍ଲିକ, ଛବି ମାହାଲି, ମୀନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦ। ଶୁକ୍ରବାର ଗଣମାଧ୍ୟମ ଓ ଯୋଗାଯୋଗ ସାଧାରଣ ସମ୍ପାଦକ ମାନସରଞ୍ଜନ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି।