ଚକାପାଦ ବ୍ଲକ ବିଜେଡି ମହିଳା ସଂଗଠନର ନୂତନ କର୍ମକର୍ତ୍ତା ଚୟନ

ଚକାପାଦ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବିଜେଡି ମହିଳା ସଂଗଠନର ବ୍ଲକସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ୧୨ଟି ପଞ୍ଚାୟତର ୩୬ ଜଣ ମହିଳା ସଦସ୍ୟ ବ୍ଲକସ୍ତରୀୟ ସଦସ୍ୟଭାବେ ମନୋନୀତ ହୋଇଥିବା ବେଳେ ଆଜି ବ୍ଲକସ୍ତରୀୟ ମହିଳା ସଭାନେତ୍ରୀ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଚାହାଳି ପଞ୍ଚାୟତର ସମିତି ସଭ୍ୟ ପୁଷ୍ପଲତା ବେହେରା ବ୍ଲକସ୍ତରୀୟ ସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ସେହିଭଳି ବସ୍ତଙ୍ଗିଆ ସରପଞ୍ଚ ନଳୀନି କହଁର ସମ୍ପାଦିକା ଭାବେ ମନୋନୀତ ହୋଇଛନ୍ତି। ତନୁଜା ଦିଗାଲ ଓ ନିର୍ମଳା ସାହୁ , ସୁନନ୍ଦା ଦିଗାଲ , ମମତା ଦିଗାଲ, ଅପସରୀ ପ୍ରଧାନ କୋଷାଧ୍ୟକ୍ଷ ଏବଂ ମିତଞ୍ଜଳୀ ପ୍ରଧାନ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର , ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ ବିମଳ ନାୟକ,ବ୍ଲକ ବିଜେଡ଼ି ସଭାପତି ରାଜେଶ ଦିଗାଲ, ସମ୍ପାଦକ ପ୍ରତାପ କିଶୋର ବେହେରା , ଖଗେଶ୍ୱର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।