ପିପିଲି ଉପନିର୍ବାଚନ: ୬,୩୨୪ ଭୋଟରେ ଆଗୁଆ ରୁଦ୍ରପ୍ରତାପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ ୬,୩୨୪ ଅଧିକ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ। ଷଷ୍ଠ ରାଉଣ୍ଡ ଭୋଟ ଗଣତିରେ ବିଜେଡି ୩,୦୬୮ ଓ ବିଜେପି ୨,୫୨୧ ଭୋଟ ପାଇଛି। ୫୪୭ ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛି ବିଜୁ ଜନତା ଦଳ। ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ ୬,୩୨୪ ଅଧିକ ଭୋଟ ସହ ଆଗରେ ରହିଛି ବିଜେଡି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ଏଯାବତ୍ ୨୩, ୪୬୨ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୧୭, ୧୩୮ ଖଣ୍ଡ ଭୋଟ। ସେହିପରି ୧୭୪୮ ଭୋଟ ସହ ପଛରେ ପଡିଛି କଂଗ୍ରେସ।