ନବମ ରାଉଣ୍ଡ ସୁଦ୍ଧା ୨୮,୮୨୫ ଭୋଟରେ ଆଗୁଆ ମମତା ବାନାର୍ଜୀ

କୋଲକାତା,ଏଜେନ୍ସି: ଆଗେଇ ଚାଲିଛନ୍ତି ଦିଦି। ପଶ୍ଚିମବଙ୍ଗ ଉପନିର୍ବାଚନର ନବମ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିପକ୍ଷ ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ଠାରୁ ଆଗରେ ଅଛନ୍ତି। ମମତା ୨୮ ହଜାର ୮୨୫ ଭୋଟରେ ଆଗୁଆ ଥିବା ଜଣାପଡିଛି।

ଗଣତି ଚାଲିଥିବା ଜାଙ୍ଗିପୁର ଉପନିର୍ବାଚନ ମଣ୍ଡଳୀରୁ ମଧ୍ୟ ତୃଣମୂଳ କଂଗ୍ରେସର ଜାକିର ହୁସେନ ବିଜେପି ପ୍ରତିଦ୍ୱନ୍ଦ୍ୱୀ ସୁଜିତ ଦାସଙ୍କ ଠାରୁ ୯ ହଜାର ୪୨୯ ଭୋଟରେ ଆଗୁଆ ଅଛନ୍ତି ଏବଂ ସାମଶେରଗଞ୍ଜର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅମରିଲ୍ ଇସଲାମ ଓଘଉର ଜୈଦୁର ରେହମାନଙ୍କ ଠାରୁ ୩ ହଜାର ୬୪୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ପ୍ରଥମ ପୋଷ୍ଟାଲ୍‌ ବାଲଟ୍‌ ସବୁକୁ ଗଣନା ପରେ ଇଭିଏମ୍‌ ଭୋଟ୍‌ ଗଣନା କରାଯାଉଛି। ଭବାନୀପୁର ବିଧାନସଭା ଆସନରେ ୨୧ ରାଉଣ୍ଡ୍‌ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିସନ୍ କହିଛନ୍ତି। କୌଣସି ପ୍ରକାର ହିଂସାକାଣ୍ଡ ବା ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨୪ କମ୍ପାନୀ କେନ୍ଦ୍ରୀୟ ବଳ ସହ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ, ଭବାନୀପୁରରେ ୫୭% ମତଦାନ ହୋଇଥିବା ବେଳେ ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଯଥାକ୍ରମେ ୭୯% ଏବଂ ୭୭% ମତଦାନ ହୋଇଛି।