ରୁଚିକା ଆତ୍ମହତ୍ୟା ମାମଲା: ୬ ଜଣିଆ ତଦନ୍ତ କମିଟି ଗଠନ କଲେ କଲେଜ ଅଧ୍ୟକ୍ଷ

ଭୁବନେଶ୍ବର,ଏନ୍ଏନ୍ଏସ୍: ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ସତ୍ୟାସତ୍ୟ ଯାଞ୍ଚ ପାଇଁ କଲେଜର ୬ ଜଣିଆ କମିଟି କଲେ ବିଜେବି କଲେଜ ଅଧ୍ୟକ୍ଷ । ଏହା ସହ ଆଜି ଏବଂ ଆସନ୍ତାକାଲି ଥିବା ପରୀକ୍ଷାକୁ ଘୁଞ୍ଚା ଯାଇଥିବା ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ସ୍ଥଗିତ। କିଛି କ୍ଲାସ ମଧ୍ୟ ବାତିଲ ହୋଇଛି ।

ସେପଟେ ଘଟଣା ପ୍ରତିବାଦରେ କଲେଜ ଫାଟକ ଆଗରେ ବସିଛନ୍ତି ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ । ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଗେଟରେ ତାଲା ପକାଇ ଦେଇଛନ୍ତି । ରାଗିଂ କରୁଥିବା 3 ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏହା ସହ ବିଜେବି କଲେଜର ଛାତ୍ର ଛାତ୍ରୀ ମାନେ ଦୀପ ମହମବତୀ ଧରି ଏକ ରାଲି କରିଛନ୍ତି ।

ସୂଚନାନୁସାରେ, ଶନିବାର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି ।