ଟୋକିଓ ଅଲମ୍ପିକ୍ସରେ ବୀରେନ୍ଦ୍ର ଲାକ୍ରା ଉପଅଧିନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ୱ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ମିଳିତ ଭାବେ ଉପଅଧିନାୟକ ଭାର ସମ୍ଭାଳିବେ। ଅନ୍ୟପଟେ ମନପ୍ରୀତ ସିଂହଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଗତକାଲି ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ମହିଳା ହକି ଦଳର ଉପଅଧିନାୟିକା ଦାୟିତ୍ୱ ମିଳିଥିଲା।