କରୋନାରେ ଆଖି ବୁଜିଲେ ଆଉ ୩୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୩୮ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୬୭୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକ ଓ ବରଗଡ଼ରୁ ୫ ଲେଖାଏଁ, ମୟୁରଭଞ୍ଜ ଓ ପୁରୀରୁ ୪ ଲେଖାଏଁ, ସମ୍ବଲପୁରରୁ ୩, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୨ ଲେଖାଏଁ, ଅନୁଗୁଳ, ଦେଓଗଡ଼, ଢେଙ୍କାନାଳ, ଗଞ୍ଜାମ, କେଉଁଝର, କୋରାପୁଟ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।