ବରିଷ୍ଠ ପୁଲିସ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ, ଯୋଗ ଦେବେ ସିଡିଏସ ବିପିନ୍ ରାୱତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୭ ତାରିଖରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ସିଡିଏସ ବିପିନ୍ ରାୱତ ଯୋଗ ଦେଇ ଉଦବୋଧନ୍ ଦେବେ। ଆସନ୍ତା ୩୦ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଓଡ଼ିଶା ପୁଲିସ, ଏସ‌ପି, କମାଣ୍ଡାଣ୍ଟ ଆଦି ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ। ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ୱାଇ. କେ ଜେଠୱାଙ୍କ ସୂଚନା ମୁତାବକ ଏହି ଭର୍ଚୁଆଲ ବୈଠକରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା ଉପରେ ଆଲୋଚନା ହେବ। ଇଣ୍ଟରପୋଲ୍ ନିର୍ଦ୍ଦେଶକ ଏମ୍ଏମ୍ ଓବରଏ ଏହି ସମ୍ମିଳନୀରେ ବକ୍ତବ୍ୟ ରଖିବେ।