ଦେଶରୁ ହଟିବ ଟୋଲ ଗେଟ୍, ଜିପିଏସରେ ଆଦାୟ ହେବ ଶୁଳ୍କ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ସାରା ଦେଶରୁ ଟୋଲ୍ ପ୍ଲାଜା ହଟାଇବା ଦିଗରେ କାମ କରାଯାଉଛି। ଯାହାଫଳରେ ରାସ୍ତା ଅବରୋଧ ନହେବା ସାଙ୍ଗକୁ ଯାନବାହାନ ଯିବା ଆସିବାରରେ କୌଣସି ଅସୁବିଧା ଉପୁଜିବ ନାହିଁ। ଏହାକୁ ଇଲେକ୍ଟ୍ରୋନିକ୍ ସିଷ୍ଟମ ଦ୍ୱାରା ବଦଳାଯିବ।

ସମସ୍ତ ଗାଡ଼ି ଗୁଡିକରେ ଜିପିଏସ୍ ସଂଯୋଗ କରାଯିବ। ଜିପିଏସ୍ ମାଧ୍ୟମରେ ଟୋଲ୍ ହିସାବ କରାଯିବ ଏବଂ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ। ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ଟୋଲ ବ୍ଲକକୁ ଶେଷ କରିବା ଟୋଲ ଫ୍ରି ଲାଗୁ କରାଯିବା ଉଚିତ ନୁହେଁ। ବିନା ଟୋଲରେ ଏତେ ସଂଖ୍ୟକ ରାସ୍ତା ନିର୍ମାଣ କରିବା ଅସମ୍ଭବ ଅଟେ।