ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗାଁର ଗୋପୀ ବେନୁଆ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ରହୁଥୁଲେ। କେହି କିଛି ଖାଇବାକୁ ଦେଲେ ସେ ଖାଉଥୁଲେ ନହେଲେ ଭୋକ ଉପାସରେ ଦିନ କାଟୁଥିଲେ। ତେବେ ଗତକାଲି ଅପରାହ୍ଣରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ଜାତିପ୍ରଥା ଯୋଗୁଁ କେହି ପାଖକୁ ମଧ୍ୟ ଆସିଲେ ନାହିଁ। ଅତି ଦୟନୀୟ ଅବସ୍ଥାରେ ତାଙ୍କ ମରଶରୀର ଘରେ ପଡିରହିଥିଲେ। ଖବର ପାଇ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନର ୧୦ ଜଣିଆ ଟିମ ଚନ୍ଦନଭାଟିରେ ପହଞ୍ଚିଥିଲେ।
ତାଙ୍କ ଘରେ ଖଟିଆ ନଥିବାରୁ ନିଜେ ସଦସ୍ୟ ମାନେ ଏକ କୋକେଇ ବନାଇ ଶବକୁ କାନ୍ଧେଇ ସ୍ଥାନୀୟ ନଦୀକୁ ନେଇ ସସମ୍ମାନେ ସତ୍କାର କରିଥିଲେ। ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକ ପଟେଲ, ବ୍ରଜଗୋପାଳ ସିଂ, ବାପିନା ମହାରଣା, ଦେବାଶିଷ ପାଣ୍ଡିଆ, ଶକ୍ତି ଅମାତ, ପିଙ୍କୁ ବରାଳ, ବିଙ୍ଗ ହ୍ୟୁମାନ ଚନ୍ଦନଭାଟିର ସଂଯୋଜକ ବୀରେନ୍ଦ୍ର ସାହୁ, ରିଙ୍କୁ ମେହେର ସହ ବହୁ ସଦସ୍ୟ ସହଯୋଗ କରିଥିଲେ।