ଦିନକରେ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ: ନୂଆପଡ଼ାରୁ ସର୍ବାଧିକ ୩୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୨୩୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୯ଜଣ ଓ ସ୍ଥାନୀୟ ସଂକ୍ରମଣ ୯୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୬୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୩୩ଜଣ, ଖୋର୍ଦ୍ଧାରୁ ୩୨ଜଣ, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ବଲାଙ୍ଗିର ଓ ସୁନ୍ଦରଗଡ଼ରୁ ୧୫ ଲେଖାଏଁ, ସମ୍ବଲପୁରରୁ ୧୧, ଭଦ୍ରକରୁ ୮, ଷ୍ଟେଟପୋଲରୁ ୭, ପୁରୀ ଓ ଜଗତସିଂହପୁରରୁ ୬ ଲେଖାଏଁ, ମୟୁରଭଞ୍ଜରୁ ୫, ଯାଜପୁର,ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ ଲେଖାଏଁ, ଅନୁଗୁଳ ଓ ବାଲେଶ୍ୱରରୁ ୩ ଲେଖାଏଁ, ଗଞ୍ଜାମ ଓ ରାୟଗଡ଼ାରୁ ୨ ଲେଖାଏଁ, ଦେଓଗଡ଼, ଢେଙ୍କାନାଳ, କେଉଁଝର ଓ ନୂଆପଡ଼ାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୯ଲକ୍ଷ ୨୦ହଜାର ୪୭୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୯ହଜାର ୬୯୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୪୦୯ଜଣ ସୁସ୍ଥ ହୋଇଛନ୍ତି, ୧୯୧୯ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୧୩ ଜଣ ଚିକିତ୍ସିତ ହେଉଛନ୍ତି।