Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଶ୍ୱର ସବୁଠୁ ବଡ଼ ଧନୀ: ଜେଫ୍ ବେଜୋସଙ୍କୁ ଟପିଗଲେ ବିଲ୍ ଗେଟ୍ସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଶ୍ୱର ସବୁଠୁ ବଡ଼ ଧନୀ: ଜେଫ୍ ବେଜୋସଙ୍କୁ ଟପିଗଲେ ବିଲ୍ ଗେଟ୍ସ

ୱାଶିଂଟନ୍: ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀ ଆମାଜନର ସଂସ୍ଥାପକ ଏବଂ ସିଇଓ ଜେଫ୍ ବେଜୋସ୍ ଆଉ ବିଶ୍ୱର ସର୍ବବୃହତ୍ ବିତ୍ତଶାଳୀ ବ୍ୟକ୍ତି ରୂପେ ନାହାନ୍ତି। ତାଙ୍କୁ ପଛରେ ପକାଇ ବିଲ୍ ଗେଟ୍ସ ବିଶ୍ୱର ସର୍ବବୃହତ୍ ବିତ୍ତଶାଳୀ ଟାଇଟଲକୁ ହାତେଇଛନ୍ତି। ଗୁରୁବାର ଶେୟାର ବଜାରରେ ବ୍ୟବସାୟ ସମାପ୍ତ ହେବା ପରେ ଆମାଜନ୍ ଶେୟାରରେ ୭% ହ୍ରାସ ଉଲ୍ଲେଖ କରାଯାଇଥିଲା। ଯାହାଫଳରେ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ରୂପେ ପ୍ରଥମ ସ୍ଥାନ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ଏହି ହ୍ରାସ ପରେ ବେଜୋସଙ୍କ ସମ୍ପତ୍ତି ୧୦,୩୯୦ କୋଟି ଡଲାରରେ ପହଞ୍ଚିଛି ଏବଂ ସେ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ତାଙ୍କ ବଦଳରେ ୧୦,୫୭୦ କୋଟି ଡଲାରର ସମ୍ପତ୍ତି ସହିତ ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍ ଗେଟ୍ସ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ୱର ସର୍ବବୃହତ୍ ବିତ୍ତଶାଳୀ ବ୍ୟକ୍ତି ହେବାର ନିଜ ସ୍ଥାନକୁ ବଜାୟ ରଖିଛନ୍ତି। ୨୦୧୮ରେ ବିଲ୍ ଗେଟ୍ସଙ୍କୁ ପଛରେ ପକାଇ ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଟାଇଟଲ୍ ହାସଲ କରିଥିଲେ। ଏହା ପୂର୍ବରୁ ବିଲ୍ ଗେଟ୍ସ ଦୀର୍ଘ ୨୪ ବର୍ଷ ଧରି ବିଶ୍ୱର ସବୁଠୁ ବଡ଼ ବିତ୍ତଶାଳୀ ବ୍ୟକ୍ତି ରୂପେ ପ୍ରଥମ ସ୍ଥାନ ବଜାୟ ରଖିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ପରଠାରୁ ଆମାଜନ୍ ଲାଭରେ ପ୍ରଥମଥର ପାଇଁ ହ୍ରାସ ପରିଲକ୍ଷିତ ହୋଇଛି। ୧୯୮୭ରେ ବିଲ୍ ଗେଟ୍ସଙ୍କୁ ପ୍ରଥମଥର ପାଇଁ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ରୂପେ ଫୋର୍ବସ୍ ତାଲିକାରେ ସାମିଲ କରାଯାଇଥିଲା। ଅପରପକ୍ଷେ ୧୯୯୮ରେ ଜେଫ୍ ବେଜୋସ୍ ଆମେରିକାର ୪୦୦ ସବୁଠୁ ବଡ଼ ଧନୀ ବ୍ୟକ୍ତି ତାଲିକାରେ ସାମିଲ ହୋଇଥିଲେ। ୨୦୧୮ ଜୁଲାଇ ୧୮ରେ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ରୂପେ ପରିଚିତି ହାସଲ କରିଥିବା ଜେଫ୍ ବେଜୋସଙ୍କ ସମ୍ପତ୍ତି ୧୫ ହଜାର କୋଟି ଡଲାର ଅତିକ୍ରମ କରିଥିଲା।

ଜେଫ୍ ବେଜୋସ୍ ୧୯୯୫ ଜୁଲାଇ ୧୬ରେ ଆମାଜନର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସର୍ବବୃହତ୍ ଇ-ବାଣିଜ୍ୟ କମ୍ପାନୀ ରୂପେ ବେଶ୍ ଲୋକପ୍ରିୟ ହୋଇଛି। ୨୦୧୩ ଜୁନ୍ ୫ରେ ଆମାଜନ୍ ଭାରତ ବଜାରରେ ଏହାର ବ୍ୟବସାୟ ବିସ୍ତାର କରିଥିଲା।