ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବାଇକ ଆରୋହୀ ଖାଲରେ ପଡ଼ିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବୁଡ୍ରୁକିଆ ଗ୍ରାମପଞ୍ଚାୟତର ଡାବଲାପଙ୍ଗା ଅଞ୍ଚଳର ଅଜୟ ମଳିକ । ମିଳିଥିବା ରିପୋର୍ଟ ମୁତାବକ, ବିଳମ୍ବିତ ରାତିରେ ଅଜୟ ବାଇକ ଯୋଗେ ବଡ଼ଗାଁ ଦେଇ ଯାଉଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲକୁ ଖସିପଡ଼ି ଗୁରୁତର ଆହତ ହୋଇ ପଡ଼ିଥିଲେ । ସକାଳୁ ସେହି ରାସ୍ତାଦେଇ ଅଞ୍ଚଳବାସୀ ଯିବା ସମୟରେ ଘଟଣା ସମ୍ପର୍କରେ ଜାଣି ପୁଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିିଛି ।