ସୁଶାନ୍ତଙ୍କର ଆତ୍ମହତ୍ୟା ନୁହେଁ ହତ୍ୟା ହୋଇଥିଲା…

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୨ ବର୍ଷ ପରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ପୋଷ୍ଟମର୍ଟମ ସଞ୍ଚାଳନ କରିଥିବା କର୍ମଚାରୀ ତାଙ୍କ ମୃତ୍ୟୁକୁ ହତ୍ୟା କହିଛନ୍ତି ।

ମୁମ୍ବାଇ ପୋଷ୍ଟମର୍ଟମ ହାଉସରେ କାମ କରୁଥିବା କର୍ମଚାରୀ ରୂପ କୁମାର ଶାହ କହିଛନ୍ତି ଯେ, କୁପର ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ଯେଉଁ ୫ଟି ମୃତଦେହ ଆସିଥିଲା ସେଥିରୁ ଗୋଟିଏ ଭିଆଇପିର ଥିଲା । କପଡ଼ା କାଢ଼ିବା ପରେ ତାହା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶରୀର ଥିଲା ବୋଲି ଜାଣିଲୁ । ଯେଉଁ ଅବସ୍ଥାରେ ସୁଶାନ୍ତଙ୍କ ମୃତ ଶରୀର ହସ୍ପିଟାଲ ଅଣାଯାଇଥିଲା ତାକୁ ଦେଖି କେହି ବି ଆତ୍ମହତ୍ୟା କହିବନି । ସୁଶାନ୍ତଙ୍କ ଶରୀର ଓ ବେକରେ ଗମ୍ଭୀର ଆଘାତ ଚିହ୍ନ ଥିଲା । ହାତ ଓ ଗୋଡ଼ରେ କେହି ମାରିବାର ଚିହ୍ନ ମଧ୍ୟ ଥିଲା । ଶରୀରର ଫଟୋଗ୍ରାଫି ହୋଇଥିଲା ଏବଂ ଆମେ ଭିଡିଓଗ୍ରାଫି କରିବାକୁ କହିବାରୁ ତମକୁ ଯେତିକି କୁହାଯାଉଛି ସେତିକି କରିବାକୁ ସାହେବ କହିଥିଲେ । ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ ।