କୋରାପୁଟ,ଏନ୍ଏନ୍ଏସ୍: ନାରାୟଣପାଟଣା ଥାନା ବାଲିପେଟ୍ଟା ପଞ୍ଚାୟତର ମୁଣ୍ଡିଗୁଡା ଛକ ନିକଟରେ ଆଜି ସକାଳେ ଏକ ଟାଟା ମେଜିକ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ସମଝା ଗ୍ରାମର ପ୍ରାସ୍କା ବାରିକ(୩୫) ଓ ପ୍ରାସ୍କା ମାଲିକ(୪୦)।
ସୂଚନା ଅନୁଯାୟୀ ବାରିକ ଓ ମାଲିକ ଏକ ମୋଟର ସାଇକଲରେ ଆଜି ସକାଳେ କୌଣସି କାମରେ ଲକ୍ଷ୍ମୀପୁର ଯାଉଥିଲେ। ମୁଣ୍ଡିଗୁଡା ଛକ ନିକଟ ମୋଡରେ ଅଚାନକ ସାମ୍ନାପଟୁ ଆସୁଥିବା ଏକ ଟାଟା ମେଜିକ ସହ ମୁହାଁମୁହିଁଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକ ଓ ଗ୍ରାମବାସୀ କ୍ଷତି ପୂରଣ ଦାବିରେ ବାଲିପେଟା-ନାରାୟଣପାଟଣା ରାସ୍ତାରେ ଧାରଣା ଦେଇଥିଲେ।
ଟାଟା ମେଜିକ ଗାଡି ମାଲିକ ଘଟଣାସ୍ଥଳରେ ପହଞ୍ଚି ଦୁଇ ପରିବାରକୁ ୨ଲକ୍ଷ ୨୦ ହଜାର ଟଙ୍କା କ୍ଷତି ପୂରଣ ଦେବାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଏନେଇ ନାରାୟଣପାଟଣା ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।