ମଦ ସହିତ ୧୦ କୁଇଣ୍ଟାଲ ମହୁଲ ପୋଚ ଜବତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ପୁଲିସକୁ ବଡ଼ ସଫଳତା। ୧୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୧୦ ଲିଟର ଦେଶୀ ମଦ ଜବତ କରିଛି। ସୂଚନା ଅନୁଯାୟୀ ଗୁରେବଗା ଜଙ୍ଗଲରେ ବେଆଇନ ମଦ ତିଆରି କରାଯାଉଥିବା ଖବରପାଇ ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ନେତୃତ୍ୱରେ ଏକ ଦଳ ଚଢ଼ଉ କରି ସେଠାରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୧୦ କୁଇଣ୍ଟାଲ ମହୁଲ ପୋଚକୁ ପୁଲିସ ନଷ୍ଟ କରିଛି। ସେହିପରି କୁରେବଗା ଗ୍ରାମର ଦିନେଶ ଟପ୍ପୋ ଘରେ ଦେଶୀ ରନ୍ଧା ମଦ ରଖି ବିକ୍ରି କରୁଥିବା ଖବରପାଇ ପୁଲିସ ଚଢ଼ଉକରି ଦିନେଶ ଘରୁ ୧୦ ଲିଟର ଦେଶୀ ମଦ ଜବତ କରିଛି।