ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ପିପିଳିଆ ରାସ୍ତାର ଦହିବାହାଳି ନିକଟରେ ସ୍ବାମୀ-ସ୍ତ୍ରୀ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ପ୍ରତିମା ନାଏକଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ କରଞ୍ଜିଆ ଥାନା ନୂଆଗାଁ ଗ୍ରାମର ସୁମନ୍ତ ପାତ୍ର ସ୍ତ୍ରୀ ପ୍ରତିମା ନାଏକଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ପିପିଲିଆରୁ କରଞ୍ଜିଆକୁ ବାଇକ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ତ୍ରୀ ପ୍ରତିମା ନାଏକଙ୍କୁ ମୃତ ଘୋଷଣା କରିଛନ୍ତି ।