Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବସ୍ ଓ ବାଇକ୍ ଧକ୍କା : ବାଇକ୍ ଆରୋହୀ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବସ୍ ଓ ବାଇକ୍ ଧକ୍କା : ବାଇକ୍ ଆରୋହୀ ମୃତ

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଲେଇବଣୀ ଫାଣ୍ଡି ପଥରଗଡ଼ ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ବାଇକ୍ ମୁହାମୁହିଁ ଧକ୍କା ହେବାଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାସହ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମୃତଦେହ ରାସ୍ତାରେ ରଖି ୪୯ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ରଖୋଳ ଗ୍ରାମର ଶିବଚରଣ ସ୍ୱାଇଁ (୨୨) ବାଇକରେ ଦେବଗଡ଼ ପଟୁ ନିଜ ଗ୍ରାମକୁ ଯାଉଥିବା ସମୟରେ ପଥରଗଡ଼ ପୋଲ ନିକଟରେ ସମ୍ବଲପୁରରୁ ଦେବଗଡ଼ ଆସୁଥିବା ସାଇନାଥ ନାମକ ଯାତ୍ରୀବାହୀ ବସ୍ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାପରେ ଚାଳକ ବସ୍ ସହ ଦେବଗଡ଼ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ୪୯ନଂ ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଦେବଗଡ଼ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ଜାରି ରହିଥିଲା।