ବଲାଙ୍ଗିର ଜିଲ୍ଲାରୁ ୧୪ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ୯୦୭୮ ଜଣ ସଂକ୍ରମିତ ହୋଇଥିବାବେଳେ ୮୯୧୬ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ୧୨୦ ଟି କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଆଗଲପୁର ବ୍ଲକ୍ କୁଟାସିଂହା ପଞ୍ଚାୟତରୁ ଜଣେ, ବଲାଙ୍ଗିର ବ୍ଲକ୍ ବରକାନୀ ଓ ଚୁଡ଼ାପାଲି ପଞ୍ଚାୟତରୁ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨୧ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ଆରସାତୁଲା ପଞ୍ଚାୟତରୁ ଜଣେ, ବେଲପଡ଼ା ବ୍ଲକ୍ ବେଲପଡ଼ା ପଞ୍ଚାୟତରୁ ଜଣେ, ପର୍ଲ୍ଲୀମାଲ ପଞ୍ଚାୟତରୁ ୨ ଜଣ, କଣ୍ଟାବାଞ୍ଜି ଏନଏସି ୱାର୍ଡ ନଂ.୩ରୁ ଜଣେ, ପାଟଣାଗଡ଼ ଏନଏସି ୱାର୍ଡ ନଂ.୫ରୁ ଜଣେ, ସଇଁନ୍ତଳା ବ୍ଲକ୍ ବେଲଗାଁ ପଞ୍ଚାୟତରୁ ଜଣେ, ଟିଟିଲାଗଡ଼ ବ୍ଲକ୍ କତରକେଲା ପଞ୍ଚାୟତରୁ ଜଣେ ଓ ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଞ୍ଚାୟତରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।