ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ-ଷ୍ଟେସନ ବଜାର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ପାଲବଣି ଅଞ୍ଚଳର ସମ୍ପଦ କୁମାର ସିଂହ(୩୫) ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟରାତ୍ରିରେ ସମ୍ପଦ ନିଜ ବାଇକରେ ଘରକୁ ଫେରୁଥିବା ବେଳେ ପଛରୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପ୍ରାୟ ୪୦ ଫୁଟ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସମ୍ପଦଙ୍କୁ ମୃତ ଘୋଷଣା କରିଥିଲା। ସୂଚନା ଯୋଗ୍ୟ ଯେ, ସମ୍ପଦ କୁମାର ସିଂହ ରଘୁନାଥପୁରସ୍ଥିତ ମହିନ୍ଦ୍ରା କମ୍ପାନୀର ଅମ୍ବିକା ସାର୍ଭିସ ଚୋଏସ ସେଣ୍ଟରେ କାର୍ଯ୍ୟ କରୁଥିବା ବେଳେ ସେ ପ୍ରାୟ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ୧.୪ ବର୍ଷର ଏକ କନ୍ୟା ସନ୍ତାନ ରହିଛି।