କୁଟୁରା ମାଂସ ଜବତ, ୬ ଗିରଫ

ବାରିପଦା,ଏନ୍ଏନ୍ଏସ୍: କୁଟୁରା ଶିକାର କରିବା ଅଭିଯୋଗରେ ୬ଜଣ ଶିକାରୀଙ୍କୁ ବନ ଅଧିକାରୀ ଗିରଫ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ଡ଼ୁମୁରଡିହା ଗ୍ରାମରେ ୬ ଜଣ ଶିକାରି ଏକ କୁଟୁରା ଶିକାର କରି ନିଜ ନିଜ ମଧ୍ୟରେ ମାଂସ ଭାଗବଣ୍ଟା କରୁଥିଲେ। ଏହି ସମୟରେ ଠାକୁରମୁଣ୍ଡା ରେ ଅଧିକାରୀ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଁଞ୍ଚି ୧୨ କିଗ୍ରା କୁଟୁରା ମାଂସ ଜବତ କରିବା ସହିତ ଧନୁ, ତୀର ଜବତ କରିବା ସହ ୬ ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।