ବାଇକ ଧକ୍କାରେ ପଥଚାରୀ ଗୁରତର ସମେତ ଶିଶୁ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗଲବେଡା ସ୍ଥିତ ଗୋହିରା ବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧ ସମେତ ଜଣେ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଡଙ୍ଗାଘାଟ ଗ୍ରାମକୁ ଯାତ୍ରା ଦେଖିବାକୁ ଆସିଥିବା ଶରଣଖୋଲ ଗ୍ରାମର ରମ୍ଭା ପାତ୍ର(୫୦) ଓ ତାଙ୍କ ୩ ବର୍ଷୀୟ ନାତୁଣୀ ନିଜ ସମ୍ପର୍କୀୟ ନରେଶ ପେଣ୍ଠେଇଙ୍କ ସହ ଏକ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଗୋହିରା ସ୍କୁଲ ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ରେଙ୍ଗାଳବେଡା ଗ୍ରାମର ବିପିନ ବିହାରୀ ସାହୁ (୫୮)ଙ୍କୁ ବାଇକ ଚାଳକ ନରେଶ ଧକ୍କା ଦେଇଥିଲା। ଫଳରେ ବିପିନ, ରମ୍ଭା ଓ ତିନି ବର୍ଷୀୟା ଶିଶୁ କନ୍ୟା ଗୁରୁତର ହୋଇ ରାସ୍ତାରେ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ରିଆମାଳ ଦମକଳ ବାହିନୀ ସେମାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେମାନଙ୍କ ଅବସ୍ଥା ଗୁରତର ହେବାରୁ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣା ପଡିଛି।