୭୦ତମ ଜନ୍ମଦିନରେ ଭ୍ୟାକ୍ସିନ ଲଗାଇଲେ ନୀତିଶ କୁମାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭୦ତମ ଜନ୍ମଦିନ ଅବସରରେ ଆଜି କରୋନା ଭ୍ୟାକ୍ସିନ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ପାଟନାର ଆଇଜିଆଇଏମଏସ ହସ୍ପିଟାଲରେ ଭ୍ୟାକ୍ସିନର ପ୍ରଥମ ଡୋଜ ଲଗାଇଛନ୍ତି। ନୀତିଶଙ୍କ ସହ ଆଉ ୨ଜଣ ମନ୍ତ୍ରୀ ମଧ୍ୟ ଟିକା ଲଗାଇଥିବା ନେଇ ସୂଚନା ମିଳିଛି। ଟିକା ନେବା ପରେ ତାଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅବଜରଭେସନରେ ରଖାଯାଇଥିଲା।

ଜନ୍ମଦିନରେ ଟିକା ଲଗାଇ ଦେଶରେ ପ୍ରସ୍ତୁତ ହୋଇଥିବା ଟିକା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଏହାକୁ ନେଲେ କୌଣସି ସମସ୍ୟା ହେବ ନାହିଁ ବୋଲିି ନୀତିଶ କୁମାର ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି। ଅନ୍ୟପଟେ ବିହାରର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ବି ଆଜି କରୋନା ଟିକା ଲଗାଇବେ।