ବିହାରର ଘରୋଇ ହସ୍ପିଟାଲରେ ବି ମାଗଣାରେ ମିଳିବ ଟିକା: ନୀତିଶ କୁମାର

ପାଟଣା: କରୋନା ପ୍ରକୋପ ମଧ୍ୟରେ ସମଗ୍ର ଦେଶରେ ଆଜି ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତିଶ କହିଛନ୍ତି ଯେ, ସମଗ୍ର ବିହାରରେ ସମ୍ପୂର୍ଣ୍ଣ ମାଗଣାରେ କରୋନା ଟିକା ଲଗାଯିବ। ଏମିତିକି ଘରୋଇ ହସ୍ପିଟାଲରେ ମଧ୍ୟ ମାଗଣାରେ କରୋନା ଟିକା ଦିଆଯିବ। ଏହାର ବ୍ୟବସ୍ଥା ନିଜେ ରାଜ୍ୟ ସରକାର କରିବେ।

ନୀତିଶ କୁମାର ଆହୁରି କହିଛନ୍ତି ଯେ, କରୋନା ଭ୍ୟାକ୍ସିନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିିତ ହୋଇଥିଲା। ଆଇଜିଆଇଏମଏସ ହସ୍ପିଟାଲ ବ୍ୟତୀତ ଅନେକ ଜାଗାରେ ଟିକାକରଣ ବ୍ୟବସ୍ଥା କରାଯିବ। ବିଧାନସଭା ଓ ବିଧାନପରିଷଦରେ ମଧ୍ୟ ଟିକାକରଣ ହେବ।