ରନ୍ଧନ ଗ୍ୟାସର ମୂଲ୍ୟ ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦରବୃଦ୍ଧି ଲୋକଙ୍କୁ ହନ୍ତସନ୍ତ କରୁଥିବାବେଳେ ଏବେ ଆଉ ଏକ ଝଟକା ଲାଗିଛି। କାରଣ ରନ୍ଧନ ଗ୍ୟାସ ଦର ଆଜି ୨୫ଟଙ୍କା ବୃଦ୍ଧି ପାଇଛି। ସବସିଡିଯୁକ୍ତ ଘରୋଇ ଗ୍ୟାସ ମୂଲ୍ୟ ମାର୍ଚ୍ଚ ୧ ଅର୍ଥାତ୍ ଆଜିଠୁ ପୁଣି ୨୫ ଟଙ୍କା ବଢ଼ିଛି। ରାଜଧାନୀ ଦିଲ୍ଲୀରେ ୧୪.୨ କେଜିର ଏଲପିଜି ଗ୍ୟାସ ସିଲିଣ୍ଡର ଦର ୭୯୪ରୁ ବଢ଼ି ୮୧୯ ହୋଇଯାଇଛି। ରାଜଧାନୀରେ ଡିସେମ୍ବର ୧ରୁ ଏବେ ପର୍ଯ୍ୟନ୍ତ ଏଲପିଜି ଗ୍ୟାସ ୨୨୫ ଟଙ୍କା ବଢ଼ିଛି।

ଇଣ୍ଡିଆନ ଅଏଲର ରିପୋର୍ଟ ମୁତାବିକ, ମୁମ୍ବାଇରେ ଫେବୃଆରୀ ୧୫ରେ ଗ୍ୟାସ ଦର ୭୬୯ ହୋଇଥିବାବେଳେ ଏବେ ତାହା ୮୧୯ ହୋଇଯାଇଛି। କୋଲକାତାରେ ସବସିଡିଯୁକ୍ତ ଗ୍ୟାସର ମୂଲ୍ୟ ୮୪୫ ଓ ଚେନ୍ନାଇରେ ୮୩୫ ହୋଇଥିବା ଜଣାପଡ଼ିଛି।