କୁଲଗାମରେ ସେନାକୁ ବଡ ସଫଳତା, ଯବାନ ଗୁଳିରେ ଟଳିଛନ୍ତି ୫ ଆତଙ୍କବାଦୀ

କାଶ୍ମୀର,ଏଜେନ୍ସି: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ସେନାର ଆକ୍ରମଣ ଜାରି ରହିଛି। ବର୍ତ୍ତମାନ କୁଲଗାମରେ ଏକ ବଡ ପଦକ୍ଷେପ ନେଇ ସେନା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏନକାଉଣ୍ଟର ପରେ ସେନାକୁ ମିଳିଛି ଏହି ସଫଳତା। କୁଲଗାମର ପୋମ୍ବରେ ୩ ଜଣ ଏବଂ ଗୋପାଳପୁରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

କୁହାଯାଉଛି ଯେ ସୁରକ୍ଷା ବାହିନୀ ଗୁପ୍ତ ସୂଚନା ଆଧାରରେ ଅପରେସନ୍ ଆରମ୍ଭ କରିଥିଲେ। ପରେ କୁଲଗାମର ପୋମ୍ବ ଅଞ୍ଚଳରେ ତିନିଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ। ସେନା ଚାରିପାଖରୁ ଏହି ଅଞ୍ଚଳକୁ ଘେରି ରହିଥିଲା। ଏପରିକି ଯାତାୟାତ ଉପରେ କଡା ପ୍ରତିବନ୍ଧକ ଲଗାଯାଇଥିଲା। ଏବେ ବି ଗୋପାଳପୁର ଅଞ୍ଚଳରେ କମ୍ୱିଂ ଅପରେସନ ଜାରି ରହିଛି।

ସେଠାରେ ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଏନକାଉଣ୍ଟର କରାଯାଇଛି। ଏଭଳି ପରିସ୍ଥିତିରେ ସେନା ଏକାସାଙ୍ଗେ ଦୁଇଟି ସ୍ଥାନରେ ଚାଲିଛି। ନିହତ ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଆଫାକ ସିକନ୍ଦର, ଶାକିର, ହାଇଦର ଏବଂ ଇବ୍ରାହିମ ମଧ୍ୟ ସାମିଲ ଅଛନ୍ତି। ଗତ ୨ ସପ୍ତାହରେ ଲଗାତାର ଘାଟିରେ ଆତଙ୍କବାଦୀମାନେ ହମଲା କରିବାରେ ଲାଗିଛନ୍ତି। ସେସବୁକୁ ଦୃଷ୍ଟିରେ ରଖି ସରକାର କଠୋର ପଦକ୍ଷେପ ନେଉଛନ୍ତି। ତଥାପି ସେମାନେ ନିଜର ପ୍ରକୃତି ଛାଡୁନାହାଁନ୍ତି।

କେତେବେଳେ ବାହାର ଶ୍ରମିକଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଭାରତୀୟ ଯବାନ ସମସ୍ତଙ୍କୁ ମୁହଁତୋଡ ଯବାବ ଦେଉଛନ୍ତି। ଏହାରି ଭିତରେ କାର୍ଯ୍ୟକ୍ରମରେ ମନୋଜ ସିହ୍ନା କହିଛନ୍ତି କିଛି ଲୋକ ଘାଟିର ମାହୋଲକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସେ କହିଛନ୍ତି ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଆସନ୍ତା ୨ ବର୍ଷ ମଧ୍ୟରେ ଘାଟିରୁ ସଫାହେବ ଆତଙ୍କୀ। ଆତଙ୍କବାଦ ମୁକ୍ତ ହେବ ଘାଟି ଅଞ୍ଚଳ।