କୋରାପୁଟ ପୁଲିସକୁ ବଡ ସଫଳତା, ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

କୋରାପୁଟ,ଏନ୍ଏନ୍ଏସ୍: ଅଦା ବୋଝେଇ ଟ୍ରକରେ ଚାଲାଣ କରୁଥିଲେ ଗଞ୍ଜେଇ। ଖବରପାଇ ଚଢ଼ଉ କରିବାରୁ କୋରାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ସୂଚନା ମୁତାବକ ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ଜୟପୁର-କୋରାପୁଟ ଘାଟିରେ ଚଢଉ କରିଥିଲା। ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ।

ରାଜ୍ୟରେ ଦୈନିକ ବିପୁଳ ପରିମାଣରେ ଜବତ ହେଉଛି ନିଶାଦ୍ରବ୍ୟ ସାମଗ୍ରୀ। ଚାଲାଣକାରୀ ନୂଆ ନୂଆ ଉପାୟରେ ଚାଲାଣ କରୁଛନ୍ତି। ଦୈନିକ ଏତେ ମାତ୍ରରେ ରାଜ୍ୟରେ ସବୁଜ ଜହର ପାଖରୁ ଆରମ୍ଭ କରି ବିଦେଶୀ ଡ୍ରଗ୍ସ ଜବତ ହେଉଛି। ତଥାପି ପୁଲିସ କେବଳ କେତେ ଜଣ ସାମାନ୍ୟ ଚାଲାଣକାରୀଙ୍କୁ କାବୁ କରି ବାହାବାହା ନେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହେଉଛି।