ଶ୍ରୀନଗରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,ଏଜେନ୍ସି: କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅପରେସନ୍ ଜାରି ରହିଛି। ବିଳମ୍ବିତ ରାତିରେ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୨ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଛି ସୁରକ୍ଷା ବାହିନୀ।

ଏହି ଏନକାଉଣ୍ଟରରେ ଦୁଇଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହେବାର ଖବର ମିଳିଛି। ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଏନକାଉଣ୍ଟର ଚାଲିଥିଲା ​​ଏବଂ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀଙ୍କୁ ମାରି ଗଡାଇବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ଜମ୍ମୁ କଶ୍ମୀର ପୁଲିସ ବାନ୍ଦିପୋରାରୁ ଆତଙ୍କବାଦୀଙ୍କ ଜଣେ ସହାୟକଙ୍କୁ ଗିରଫ କରିଛି। ଗୁଳି, ନକଲି ସିମ୍ ଏବଂ ନକଲି ଦଲିଲ ସମେତ ଅନେକ ଜିନିଷ ଉଦ୍ଧାର କରାଯାଇଛି।